ଲାଇଟଖୁଣ୍ଟ ତଳେ Under The Light Post Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଲାଇଟଖୁଣ୍ଟ ତଳେ Under The Light Post

Rating: 5.0

ନିଶାଖୋର ସହର
ଗଜାନନ ମିଶ୍ର

କହିଲା ବରଫ
ଶୁଣିଲା ପତ୍ରହୀନ ଗଛ।
କଣ କହିଲା କଣ ଶୁଣିଲା
ସାକ୍ଷୀ ରହିଲା ପାହାଡ।

ପାହାଡକୁ ନେଇ
ଏତେ ନାଟ।
ନାଟରେ କିଏ ନେଲା
କି ଭୂମିକା
ସବୁ ବତେଇଲା ପାଠ।

ପାଠ ପଢେଇଲା
ଆଭ୍ୟାନକୁ ଆଇଶାନୀ।
କହିଲା ଦୁଇଦୁଣେର
ଆଗତ ଭବିଷ୍ଯତ
ଦୁଃଖାନନ୍ଦର ସିଲଟରେ।

ବନ୍ଦ ହେଉ ନ ଥିବା
ଯୁଦ୍ଧରେ ଭିଡିମୋଡି ହୋଇ
ବାହାରି ପଡିଲା ମେଘ
ବିଶ୍ବାସଘାତୀ ପବନ ସାଥୀରେ,
ଅସତର୍କ ମୁହୂର୍ତ୍ତରେ ପାଣିର।

ମହଲତି ମିଳିଲା ନି ପ୍ରେମକୁ,
ସୁନ୍ଦର ଭାବରେ ଚଳିଲା ନି
ଦିଆନିଆ, ରୂପାଜହ୍ନ ଘରେ
ସନ୍ଦେହର ପେଡି ଧରି।

ସକାଳଟା ଏମିତି
ଲଟପଟେଇ ଗଲା କାଦୁଅରେ।
ମହୁମାଛି ଗୁଣୁଗୁଣେଇ
କହିଗଲା କଣ କଣ
ନିଶାଖୋର ସହରର
କୁହୁଡିଆ ଲାଇଟଖୁଣ୍ଟ ତଳେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
29/7/2019

Monday, July 29, 2019
Topic(s) of this poem: life
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
vaidyanathan Ram 29 July 2019

What does this poem mean sir? Is it a language? It is like a heirogliphics.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success