ମୋର ଦେଖାଶିଖା
ଲେଖିବସିଲେ ସମସ୍ତେ ।
ସଭିଙ୍କ ଲେଖାରେ ଥିଲା
ଗୋଟିଏ କଥା-
ମୃତ୍ୟୁକୁ କେମିତ
ଜିଣାଯାଇ ପାରନ୍ତା ।
ହେଲେ ଜଣା ସମସ୍ତଙ୍କୁ
ମୃତ୍ୟୁ ସଭିଙ୍କର ମିତ୍ର
ସଖା ସୋଦର ଶୁଭମନାସକ ।
ଜଣା ସମସ୍ତଙ୍କୁ କଳା
କେମିତି ସର୍ବଶୁଭ ମୂଳ ।
ମୃତ୍ୟୁକୁ ତଥାପି କହି କଳା
ସଂଚାର କଲେ ଭୟ
ପରିଣାମ- ଦିଗବିଜୟ ।
This poem has not been translated into any other language yet.
I would like to translate this poem