ମିଥ୍ୟା, ମିଥ୍ୟା,
ମିଥ୍ୟାର ସାମ୍ରାଜ୍ୟରେ
ସତ୍ୟ ବନ୍ଧା।
କିନ୍ତୁ ସତ୍ୟର ଆଲୋକରେ
ମିଥ୍ୟା କେଉଁଆଡେ
ଫେରାର୍ ।
ସତ୍ୟସ୍ୱରୂପ
ଦେହ ଜୀବନ,
ମିଥ୍ୟାର ନାହିଁ ସ୍ଥାନ ।
ସତ୍ୟ କଣ?
ଜାଣିଛି କିଏ ଏଠି?
ଆଉ ଜାଣିଛି ଯିଏ
ଫିଟୁଛି କି ତାହାର ପାଟି?
ଅସ୍ଥିର ନ ହୋଇ
କର ଅପେକ୍ଷା,
ଟିକିଏ ଦେଖ ତନଖି
ଆଉ କୁହ କହିବାର ଅଛି
ଯାହା ।
This poem has not been translated into any other language yet.
I would like to translate this poem