ପୁରୀର ଝିଅ
ଗଜାନନ ମିଶ୍ର
ଥାଉ, କହିବି ନି।
କହିଲେ ଯେ
ସେମିତି ଓଲଟପାଲଟ ହେବ
ଏଇ ପୃଥିବୀ
ନୁହଁ ସେମିତି।
ସମୁଦ୍ର କୂଳେ କୂଳେ
ଯିବାକୁ ହୁଏ କିଛିଦୂର,
ତେଣିକି ସ୍ୱୀକାର
କରି ପରାଜୟ
ଫେରିବାକୁ ହୁଏ ବାଧ୍ଯ ।
ଲହଡା ଗଣୁଛି କିଏ?
ଗଣିଲେ ବି
ଫାଇଦା କାହାର କେତେ?
ଥିଲା କି ଏଇଠି କଣଟେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/10/2019
This poem has not been translated into any other language yet.
I would like to translate this poem