ଶୋଇଥିଲ, ଉଠିଲ।
ଉଠି ପଚାରିଲ
ରହିଲେ କିଏ ସବୁ କୋଉଠି!
ଆକାରପ୍ରକାର ଉପରେ
କେତେ ପ୍ରଶ୍ନ
ଆଉ ସବୁର ଉତ୍ତର ଦେବାକୁ
ଏଠି ସମସ୍ତେ ତୟାର।
ମୂଳକୁ ନ ଛାଡି
ଡାଳରେ ଖେଳିବା ଲୋକ
ଜାଣିବ ନିଶ୍ଚୟ ପାଣିର
ଦୋଳି କେତେ ଲୋଭନୀୟ।
ପବିତ୍ର ରହି ଅବଶ୍ୟ
ବିଷୟକୁ ଟାଣିଲେ
ଫିଟିବ ସମାଧାନର ବାଟ।
This poem has not been translated into any other language yet.
I would like to translate this poem