1
ଅଲଗ ଅଲଗ
ଅଲଗ ଅଲଗ
ହେବାରଟା ନୁକୋ ଆଏ,
ନେଇଁ କହ ନ କଲାକୁଂଜ
ହେନ୍ତାଥି ନେଇଁ ରହେଁ ନ।
ନେଇଁ ରହେଲେ
କେନ ଆରୁ ରହେବା କେନ,
ଅଛବଲି ଏତକିସେତକି
ମିଲୁଛେ ପଖାଲପାଏନ।
ଦିଶଲାଟା ଭି
ନେଇଁ ପାରୁଛେଁ କହି,
ନେଇଁ ଦିଶଲାର କଥା
ଆରୁ କାଣା କହେମି।
ଇନ ଆମେ ସଭେ
ଅଛୁଁ ମୋର ବୁଆ
ଆରୁ ଥିମା ବି।
2
ଗୁଟେ ଗୁଟେ
ଗୁଟେ ଗୁଟେ
ରୋଗ ଛଡାବାରକାଜେ
ଅଧାରୁ ଅଧିକ ବଏସ
ପଲେଇଯାଏସି।
ବାଲ ପାଚି ଯାଏସି
ଦାଁତ ଝଡି ଯାଏସି
ନାଡିନକସା ସବୁ ସବୁ
ଯାଏସି ବଦଲି।
ରୋଗ ଛାଡିଗଲାଉତାରୁ
ଗଜରିସି ନୁଆ ପତର
ମଗମଗାନୁ ଯାଏସି ଫୁଟି
ରଁଗରଁଗିଆ ଫୁଲ
ପବନ ପାଏନ ମାଏଟ
ଲାଗସି ଅମରୁତ ଅମରୁତ।
This poem has not been translated into any other language yet.
I would like to translate this poem