ସୁର ଆଉ ଅସୁର ଦି ଜଣ,
କିଏ ଭଲ ଆଉ କିଏ ମନ୍ଦ
କହିବା ସତରେ ବଡ କଠିନ।
ସୁରଙ୍କ ଇନ୍ଦ୍ରଠି
ଗର୍ବ ଯେତିକି ଭୟ ତତୋଧିକ,
ସନ୍ଦେହ ଭରପୁର,
କାଳେ କିଏ ଛଡାଇନେବ କଣ ।
ଆଉ ଏଥିପାଇଁ ସେ ବିକୃତ ମାନସିକ,
ତୁଚ୍ଛାରେ କଳହ ଆଉ
ଯୁଦ୍ଧ କରିବାକୁ ବ୍ୟଗ୍ର,
ହାରିବାଟା ଯଦିଓ ଲେଖା
ଶତପ୍ରତିଶତ।
ଆମେ ଯିବା ସେଠିକୁ
ଯା ପାଖରେ ସତ୍ଯ ।
This poem has not been translated into any other language yet.
I would like to translate this poem