ଅଛି କଣ ଭିତରେ?
ଭିତରେ ଅଛି କଣ?
କଣ ଭିତରେ ଅଛି?
ଉତ୍ତର ଅପେକ୍ଷାରେ ସମସ୍ତେ,
ସମସ୍ତେ ଉତ୍ତର ଅପେକ୍ଷାରେ ।
ଉତ୍ତର ଦେବାକୁ ଅଛି କିଏ?
କିଏ ଅଛି ଦେବାକୁ ଉତ୍ତର?
ପବନ ପାଣି ଖେଳୁଥିବା
ଦୃଶ୍ୟ ଦିଶୁଛି ଖାଲି ।
ଆକାଶ ରଡୁଛି
ମାଟିରେ ଠିଆ ହୋଇ ।
କବି ବସିଛି ଚାହିଁ ଅକ୍ଷର,
ଆଉ ଅକ୍ଷର ଯାଇଛି କୁଆଡେ
ମେଘ ସାଙ୍ଗରେ ।
This poem has not been translated into any other language yet.
I would like to translate this poem