କେତେବେଲେ କେନକେ
ଜାଇକରି କେନ କାଣା କରୁଛେଁ ମୁଇଁ ଭି
ନାଇଁ ପାରୁଛେଁ ଜାନି।
ଜାନଲେ ଭି କାଣା
କରି ପାରମି?
ହେନ୍ତା ନେଇଁସେ
ତମକେ ଘରକେ ଡାକିକରି
ଚାହାପାନି ନେଇଁ ଦିଏଁ
କି ସରବା ତମରଟା
କିଛୁ କିଛୁ ।
କାଣା କିଏ ଆରୁ କରବାରକାଜେ
ଅଛେ କେଜାନେ,
କୁହୁଡି କାକର ଖେପି ଅଉଛେ
ଚାରହି ହାତଗୋଡ ଫେଲେଇ।
This poem has not been translated into any other language yet.
I would like to translate this poem