ଯେତେବେଳେ ପାରାଟିଏ Whenever A Pigeon Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯେତେବେଳେ ପାରାଟିଏ Whenever A Pigeon

Rating: 5.0

ଯେତେବେଳେ ବି ଉଡେ ପାରାଟିଏ, ମତେ ଲାଗେ
ଯେମିତି ମୁଁ ଅଛି ତା ସାଥୀରେ।

ଯେତେବେଳେ ବି ଖସେ ପତ୍ରଟିଏ, ମତେ ଲାଗେ
ଯାଉଛି ଖସି ମୁଁ ସହଜ ଭାବରେ ସମୟର ଡାଳରୁ।

ଯେତେବେଳେ ବି ଥାଏଁ ମୁଁ ଦୁଃଖରେ, ମତେ ଲାଗେ
ପାରୁ ନି ବୁଝି ମୁଁ କିଆଁ ସରୁ ନି ରାତି,
ଆଉ ଏ ସୂର୍ଯ୍ୟ ହେଉଛି ଖତେଇ କିଆଁ
ଦେଖାଇ ଦାନ୍ତ ଯାହା କିଚମିଟିଆ କୁହାଁ।

ଗୃହୀତ ନ ହେଲାବେଳେ କୌଣସି ପ୍ରାର୍ଥନା,
କି ସ୍ୱୀକାରି ନ ନେଲା ଯାଏ କୌଣସି ଦୋଷ,
ଧୂପଦୀପ ଫୁଲ ଚନ୍ଦନ ଜଣାଣ ବନ୍ଦନାର
ନାଇଁ କିଛି ମୂଲ୍ୟ।

ଯାଉଛି ମିଳି ମତେ ଯାହା ଯେତେ
ପାରୁ ନି କହି ଏସବୁରେ ଅଛି ମୋର ଅଧିକାର।

ଯାଉଛି ମିଳି ମିଳି ମତେ ଅନାୟାସରେ
ପାଣି ପବନ ଆଲୋକ ଆଉ ମୁଁ
ବଂଚିଛି ସେଥିରେ ଲସରପସର ହୋଇ ମାଟିରେ
କାଦୁଅରେ ଛେପରେ ପୂଜରେ ।

ଦୂର ଗାଁ ଆସିଛି ସ୍ୱପ୍ନରେ, ମତେ ଲାଗିଛି ସ୍ୱର୍ଗ।
ଅଛି ଯୋଉ ଘରେ, ଲାଗିଛି ଅଛି ଯେମିତି ମୁଁ ନର୍କରେ।

ତଥାପି ଯେତେବେଳେ ବି ଦେଖେଁ ମୁଁ ତାରାଟିଏ, ମତେ ଲାଗେ
ମୁଁ ତାରାପରି ଦୂର ଦିଗବଳୟର ଝଲକଟିଏ,
ଆଉ ମତେ ଦେଖି ଭର୍ତ୍ତି ହୋଇଯିବ ସଭିଙ୍କ ଭିତରେ
ଅଶେଷ ପ୍ରତ୍ୟୟ, ଅଖଣ୍ଡ ବିଶ୍ୱାସ
ଆଉ ଭରସାର ଗାଏମୋଟ ଆକାଶ।

Sunday, July 15, 2018
Topic(s) of this poem: life,peace
POET'S NOTES ABOUT THE POEM
written in odia language. Odia is the official language of Odisha India. This poem is about life and the place of peace, all here want peace, But where is peace?
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success