ଜୀବନକୁ କଲାବେଳେ ସାମ୍ନା
ଗଜାନନ ମିଶ୍ର
ଭୟଶୂନ୍ୟ ଜୀବନ
ଅର୍ଥ ପଥର ଜୀବନ,
ମୋର ମାଗିବାର ନାଇଁ
ଏମିତି ପଥର ଜୀବନ।
ପଥର ଜୀବନରେ
କଣ ଥାଏ ଆଉ କଣ ନ ଥାଏ
ପରଖ ଅବଧାନେ!
ଜୀବନକୁ ଜୀବନ ଭାବରେ
ଗଢିଗଲାବେଳେ ଫଶି ଯିବାକୁ ହୁଏ
କୁକୁର ମାଙ୍କଡ ମକରା ଭିଡରେ।
ମୂଷାକୁ ବେଶୀ ଡର ମୋର,
ଆଉ ଡର ସ୍ତ୍ରୀକୁ ।
ଡରିବାର କାରଣ ବହୁତ,
ଜୀବନକୁ କଲାବେଳେ ସାମ୍ନା ।
ତପୋବନ, ଟିଟିଲାଗଡ,ବଲାଙ୍ଗିର
25/8/2019
This poem has not been translated into any other language yet.
I would like to translate this poem