ମାଟି ନୁହଁ ମୋର
ଗଜାନନ ମିଶ୍ର
ଯିବାର ନାଇଁ ଆଉ କେଉଁଆଡକୁ,
ନାଇଁ କରିବାର କିଛି କି
କହିବାର ପଦୁଟିଏ କାହାକୁ।
ଶବ୍ଦସବୁ ଟାକି ବସିଛନ୍ତି ଧୋକା ଦେବାକୁ,
ଆଉ ସମୟ ତ ସହଜେ ବିଶ୍ୱାସଘାତକ
କେତେବେଳେ କଣ କରିଦେବ ଚାହୁଁ ଚାହୁଁ।
ବାନ୍ଧିଛି ବନ୍ଧୁ ଆଉ ରହିଛି ଚୁପେଚୁପ୍
ବଦଳୁଥିଲାବେଳେ ଆକାଶର ରଙ୍ଗ ଏଇ ମାଟିରେ।
ମାଟି ନୁହଁ ମୋର,
ମୁଁ ଇ ମାଟି ଯଦିଓ।
ତପୋବନ, ଟିଟିଲାଗଡ-767033
In English
Earth is not mine
Gajanan Mishra
Nowhere to go
Nothing to do
No word is there to utter.
Words are waiting to cheat
And time is not trustworthy
And will do anything at any moment.
I am making friendships
And staying silent
While the sky is changing
Its colours on this earth.
The earth is not mine,
I am the earth, though.
This poem has not been translated into any other language yet.
I would like to translate this poem