ଭାବୁଛି ଯେବେ ମୁଁ
ଯାଇଛି ପହଂଚି ଦେଖୁଛି
ରାସ୍ତା ଯାଇଛି ହୋଇ
ଆହୁରି ଲମ୍ବା ଆଉ
ମୁଁ ଯାଇଛି ପଡି
ଶୁଖିଲା ଚଟାଣ ଉପରେ ।
କେହି ନ ଥିଲାବେଳେ
ମୁଁ ଖୋଜିହୁଏଁ ଆଉ
ପାଏ ମତେ ଅସହାୟ
ପାଣିରେ ମାଟିରେ
ଖତେଇ ହେଉଥାଏ
ଆକାଶ ସେତେବେଳେ ।
ମୁଁ କିଏ କଣ ଆଉ
ନ ଥାଏ କିଛି ପ୍ରଶ୍ନ
ନ ଥାଏ ବି ପ୍ରୟୋଜନ
କାହାକୁ କିଛି ଦେବାର
କି ନେବାର କି
କିଛି କହିବାର ।
This poem has not been translated into any other language yet.
I would like to translate this poem