ଘିନିଛ କେଁ
ଗଜାନନ ମିଶ୍ର
ଘିନିଛ କେଁ?
ଇ ଫୁଟାନି
ଇ ଇଗୋ
ବଡଭାଇପନିଆ ଦେଖେଇ
ଲାତବିଧା ମାରତେଲ ଜଉଛ
ଏଁ ଉଁ କଲେ
ଏନ୍ତା ହେସି ଭାଇ ଭାଇ
କହି କହି ଦେଉଛ ସଫେଇ
କରୁଛ ହିନିସ୍ତା ବାହାରେ
ଆରୁ ସାମ୍ନାରେ ପଡିଗଲେ
ଦଶପଇସିଆ ଚକଲେଟ
ଦେଉଛ ଖୁଏଇ
ୱାରେ ମୋର ଭାଇ!
ଆରୁ କେତେ ଦିନ?
ସନମାନ ନେଇଁଦେଲେ
ସନମାନ ପାଏବ କାହିଁ!
ହାଲହିସାବ ବୁଝବାର ନେଇଁ
ହିନନଜରରେ ଦେଖୁଛ
କୁଠିଆ କି ନରହେନ ବାଗିର
ଫିକି ଦଉଛ ଖାଏଲା ରୁଟି
ପିଁଧଲା ଶାଢି
ଟୁଁଡ ଫିଟାଲେ କହୁଛ
ଆରୁ କାଣା ନେଇଥିଲେ
ହେଇଥିତ ଖୁସି!
ଏ ବୁଆ,
କିଏ ହୋ ତମେ ଦେବାରକାଜେ କାଣା!
ବଲାଜୁରି ଘିଚି ଉଲଚି ନଉଛ ସବୁ
ଭୁକେସୁସେ ମାରୁଛ
ହିନିସ୍ତା କରୁଛ ଗାଁଖୁଲି
ଜନାପଡଲେ ସୁଆଁଲି ଦେଉଛ
ତେଲଲଗା ହାତେ
ମାହିର ଇଥିରେ ତମେ।
ଆସବାରଜିବାର ବଁଦ କର ହୋ
ଆମେ ଖରାପ ଆଏ
ଖରାପ ଆମର ସବୁ ସବୁ
ଆମର ହାଲତରେ ଆମକେ
ଛାଡିଦିଅ ବାବୁ ଆରୁ
ଝଟପଟ ଭାଗ ଇନୁ।
ତମରତମେ ଥ
ଆମରଆମକେ ରହେବାରକାଜେ
ଆମକେ ଛାଡ
ତମର ବଡଲୋକ ତମରଠାନେ
ଆମରଆମେ ଲଟପଟଉଛୁଁ ମାଟିନେ
ସବଦ ନେଇଁ କାଢ ଆରୁ ତମର ମୁହେଁ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
27/09/2020
This poem has not been translated into any other language yet.
I would like to translate this poem