ଡାକିଲି ଯେବେ
ଗଜାନନ ମିଶ୍ର
ଡାକିଲି ଯେବେ
ଆସିଲା ସିଏ,
କହିଲି ଯାହା
ଶୁଣିଲା କି ନ ଶୁଣିଲା
ବୁଝିଲା କିଏ!
କିଏରେ କିଏ
ଉଠିଲା ଏ ଝଡିରେ,
ଦିଶିଲା କି ନ ଦିଶିଲା
ପଡିଲା ଜାଲରେ।
ଜାଲ ତ ଜାଲ
ଜାଲକୁ ଫାଡି
ହେବ ଯିବାକୁ,
ନିରେଖିବାକୁ
ଗତାଗତକୁ।
କିଏ ଶୁଣୁଛି
କିଏ ବୁଝୁଛି
କାହା କଥାକୁ!
କୁଆଡର କଥା
ଗଲାଣି ଆଉ କୁଆଡକୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
23/6/2019
This poem has not been translated into any other language yet.
I would like to translate this poem