ଧନ୍ୟ କହ
ଗଜାନନ ମିଶ୍ର
ଉଚ୍ଚ ନୀଚ ତଳ ଉପର
କାହାଠୁ କିଏ କେତେବେଳେ
ଜାଣୁଛି କିଏ ଆଉ ଜାଣି ଅଜଣା
ବା ନ ଜାଣି ଜାଣିବାର ବାହାନା,
ଗହନ ଗୋପନ ସବୁ ସବୁ
ଆଉ ଭଲ ହେବ ୟା ଉପରେ
ଏଇଠି ରଖଦେଲେ ଆଲୋଚନା।
କିଏ କାହାର ପୁଣି
କୋଉ ସମୟରେ ଆଉ
କଣ ପାଇଁ ଯେ ଏତେ ସେତେ
ଫନ୍ଦିଫିକର ତୁଚ୍ଛାକୁ,
ଖୋଲା ମେଲା ଦିଶୁଛି ଯାହା
ଘମାଘୋଟ ମେଘର ପଟୁଆର
ନେଇ ଯାହାକୁ ଦିଶୁଛି ଆନନ୍ଦ।
ଆନନ୍ଦକୁ ଭରସା କରି
ତୁମେ ଏମିତି ଆଜି,
ଆରେ ସେଇଟା ତ ଗୋଟେ
ଉଡନ୍ତା ପ୍ରଜାପତି
ହେଇ ହେଇ କହୁ କହୁ
ଗଲାଣି ଆଉ କେଉଁଆଡକୁ
ଧନ୍ୟ କହ ଖାଲି ଜୀବନକୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/8/2019
This poem has not been translated into any other language yet.
I would like to translate this poem