ଦେଶ କାହାର ନାହିଁ?
କାହାର ନାହିଁ କଣ?
ଏ ମାଟି, ଏ ଦେହ
କଣ ନୁହଁ ଦେଶ?
ଏ ସୂର୍ଯ୍ୟ ଏ ଚନ୍ଦ୍ର
ଏ ଆକାଶ ଏ ଘାସ
କଣ କହୁ ନାହାନ୍ତି
ତୁମେ ଆମର, ରହ,
ରହ ଏଠି, ଆସ, ଆସ ।
ପାଣି, ପବନ, ରହନ୍ତି
ଯେ ଯାହାର ଯୁଆଡେ,
ପକ୍ଷୀ, ମେଘ ଚଲାନ୍ତି
ଘୂରାଫେରା କୁଆଡେ ।
କିଏ କାହାକୁ କଣ ପଚାରେ?
କିଏ କୋଉଠି ରହେ?
କାହାକୁ ରଖେ କିଏ?
କିନ୍ତୁ ଥାଆନ୍ତି ଯିଏ ଯୋଠି
ମାଟି ହୋଇ, ଆକାଶ ହୋଇ,
ଖାଇ ପିଇ ମସ୍ତ ରହି ।
ତଡିବାର ପ୍ରଶ୍ନ ନାହିଁ
କାହାକୁ କିଏ କେତେବେଳେ
କୋଉଠି କୋଉଠୁ ।
This poem has not been translated into any other language yet.
I would like to translate this poem