ଇମାନକର ଡେଗବାରଟା
ଗଜାନନ ମିଶ୍ର
ଉତପତିଆ ମାକଡମାନକରଠାନୁ ଭି
ଜିତିଗଲା ବୋ ଇମାନକର ଡେଗବାରଟା।
କାହିଁ ଥାବେ ରହି ନେଇଁ ପାରୁଛନ ଆରୁ
ଦେଖଲା ଶୁନଲାବେଲକେ କେଡେ କେଡେ କଥା।
ଇ ବାରି କଦଲି ଫଲିଛେ ସେ ବାରି ଆମ୍
ମରପୁହେ ହିସାବକରି କରି କାହାରକେତେ ଦାମ୍।
ଇଜତ ମହତ ଆରୁ କାହାର ଅଛେ କାଣା
ମା ମରୁ କି ମାଏଝି ପଲଉ ହେଲେ ନ ହେନ ବନା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/3/2019
This poem has not been translated into any other language yet.
I would like to translate this poem
Like the wicked monkeys the so called politicians are changing the political parties to serve self interest and this is dangerous to democracy.