ମଲା ଲୋକଙ୍କ ସହିତ With Dead Men Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମଲା ଲୋକଙ୍କ ସହିତ With Dead Men

ମଲା ଲୋକଙ୍କ ସହିତ
ଗଜାନନ ମିଶ୍ର

ଏଠାକାର ଏ ମଲାଲୋକଙ୍କ ଭେଲିରେ ମୁଁ ସାମିଲ ହେଲିଣି ଏଇଟାକୁ ବୁଝିବାକୁ ମତେ କଷ୍ଟ ଲାଗୁଛି, ଆଉ ବି ଲାଗୁଛି କଷ୍ଟ ଏମାନଙ୍କର ନିଶ୍ୱାସପ୍ରଶ୍ୱାସ ଶବ୍ଦ ଶୁଣିବାକୁ ଆଉ ବି ଲାଗୁଛି କଷ୍ଟ ଉଚ୍ଚାରିବାକୁ ଶବ୍ଦ ଏମାନଙ୍କୁ ନେଇ।

ଆଶ୍ଚର୍ଯ୍ଯ କରୁଛନ୍ତି ଏ ମଲାଲୋକମାନେ ଏମିତି ଏମାନଙ୍କର କଥାବାର୍ତ୍ତା ଆଚାରବିଚାର ବ୍ୟବହାରରେ, ମତେ ଚକିତ କରୁଛି ଏମାନଙ୍କର କାରୁକାର୍ଯ୍ଯ ଆଉ ଏମାନେ ଯେ ମୋର ଏତେ ନିକଟତର କଷ୍ଟ ଲାଗୁଛି ବୁଝିଲାବେଳକୁ।

ଏଠାକାର ଏ ମଲାଲୋକମାନେ ଅନେକ କାଣ୍ଡକାରଖାନା କରିଚାଲିଛନ୍ତି ଆଉ ଆଉ ଫୁଟାଣିରେ କହି ଚାଲିଛନ୍ତି କେତେ କଥା କରୁ କରୁ ଅଭିନୟ ନାଟକର ପ୍ରତ୍ୟେକଟି ଦୃଶ୍ୟରେ ଯାହାସବୁ ଝଲସି ଉଠୁଛି ମୋ ଆଖି ଆଗରେ ସବୁବେଳେ।

ମୋର ବି ପାଟି ପାକୁ ପାକୁ କରୁଛି କହିବାକୁ କିଛି କିଛି ଆଉ ଦରକାର ଥାଉ କି ନ ଥାଉ ବାହାରିପଡୁଛି କିଛି କିଛି ଶବ୍ଦ ଜବରଦସ୍ତ ଯାହା ପାଇଁ ହିନସ୍ତା ହେବାକୁ ପଡୁଛି ଗାଁ ଦାଣ୍ଡରେ ମଲା ଲୋକଙ୍କ ବନ୍ୟାବାତ୍ୟାରେ ବିପର୍ଯ୍ୟସ୍ତ କଦଳୀବାଡି ପରି।

ଏତେବେଳକୁ ଏଠାକାର ଏ ମଲାଲୋକଙ୍କ ସ୍ୱପ୍ନରେ ମୁଁ ନିଜକୁ କରିସାରିଲିଣି ସାମିଲ ଆଉ ଏମାନେ ସବୁ ମାହାଲିଆ ମଦ ପିଇ ଉଦ୍ଦଣ୍ଡ ନାଚି ନାଚି ଉତ୍ସବ ମନାଇବାରେ ବ୍ୟସ୍ତ ଲଙ୍ଗଳା ଲଙ୍ଗଳା ମାଇକିନାଙ୍କ ସହିତ ଯେଉଁମାନଙ୍କର ନାଇଁ ନିଜତ୍ୱ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
01/11/2020

Saturday, October 31, 2020
Topic(s) of this poem: world
POET'S NOTES ABOUT THE POEM
Language - odia
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success