ପଥର ଶବ୍ଦ
ଗଜାନନ ମିଶ୍ର
ଶବ୍ଦ କାଇଁ? କାଇଁ ଭାଷା?
ଦେଖ, ପରଖ, ସବୁଠୁ ଉର୍ଦ୍ଧ୍ବରେ
କବିତା, କବିତା।
କବିତା, କବିତା,
ଜୀବନ, ଜୀବନ,
ଜୀବନ-ପଥର।
ପଥରର ଦେଖ ଚାଲବୁଲ,
ପଥର, ନୁହେଁ
କେବଳ ପଥର।
ପଥର ପୋତି କର ନିହ,
ନିହ ଉପରେ ଘର।
ବସ ପଥର ଉପରେ,
ସିନ୍ଦୂର ଫୁଲ ଦେଇ
ପଥର ପୂଜ।
ପଥର ଫଟାଇ
କର ରାସ୍ତା।
ଯାଅ ମାଡି ରାସ୍ତାରେ
ତୋଳିବାକୁ ତାରା।
ତାରା, ତାରା,
ନୟନତାରା, ପ୍ରେମ ପସରା,
ଆକାଶୁ ଖସେ
ସତ୍ୟ ଅସରା ଅସରା
ଅପାଶୋରା
ଯେମିତି ଶ୍ରାବଣଧାରା।
ଧାରା, ରାଧା,
ବଂଚିବାରେ ନାଇଁ ବାଧା,
ସବୁ ସବୁଠି
କବିତା କବିତା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
18/7/2019
This poem has not been translated into any other language yet.
I would like to translate this poem