ଶବ୍ଦ ଆସିଲା ନିଶବ୍ଦରୁ ଆଉ ଶିଖାଇଲା
ପୁରୁଷ କିଏ ଆଉ କିଏ ସ୍ତ୍ରୀ।
ପଦ ପଦକରେ କହିଲା ଅଛି କଣ କଣ
ସଚରାଚର ଯୁଗରୁ ଯୁଗ।
ରାତି ଗଲା, ଗଲା ଦିନ କହିଲା
ସବୁ ଦୁଃଖ ମୋର ଆଉ ସବୁକୁ ନେଇ
ପ୍ରକୃତିର ମାୟାଖେଳ।
ବହିଗଲା ପାଣି ବହିଗଲା ପବନ
ଆଉ ନ ବହିଲା ଯୋଉଟା ତାକୁ ନେଇ
ପରସିଲା ଭାତ ତିଅଣ।
ସମାନ ହେଲା ସବୁ ଖିଆ ଅଖିଆ
ସମାନ ହେଲା କଳା ଧଳା ଥିଲା
ଯେମିତି ପ୍ରଥମରୁ।
ଗତାଗତକୁ ଧରି ଯୋଡିଲା ସୂତ୍ର
କଣ ପାଇଲା କଣ ନ ପାଇଲା ନୁହଁ
ସେଇଟା ପ୍ରଶ୍ନ, କହି ହେଲା ଯାହା
ଦିଶୁ ନ ଥିଲା ଦର୍ପଣରେ।
ଗତିଅଗତିକୁ କଲା ଠାବ ଆଉ ପାଇଲା ଯାହା
ହେଲା ସନ୍ତୁଷ୍ଟ, ମଣିଲା ସେଇଟା ଅମୃତ।
This poem has not been translated into any other language yet.
I would like to translate this poem