ଭିତରର ନିଆଁ
ଗଜାନନ ମିଶ୍ର
ଆସିଲେ,
ହଁ, ବଛା ହୋଇ ଆସିଲେ
ଫୁଙ୍କିବାକୁ ନିଆଁ
କରିବାକୁ ଆଲୁଅ
ସାରା ଦୁନିଆଁ।
ଦୁନିଆଁର ମାୟାରେ
ଗଲେ ଫଶି,
ଫଶି ଗଲେ ଆଉ
ରହିଗଲେ ଥ ଥ ମ ମ ରେ।
ଘର ଭିତରର ନିଆଁ
ଆସୁଥିଲା ଲିଭି ଲିଭି
ଝିପିରି ଝିପିରି ବର୍ଷାରେ।
ସୁ ସୁ ପବନ ବହିବାର ଶବ୍ଦ
ଶୁଭୁଥିଲା ସ୍ପଷ୍ଟ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
13/8/2019
This poem has not been translated into any other language yet.
I would like to translate this poem