ଗାଁକେ
ଗଜାନନ ମିଶ୍ର
ଗାଁକେ
ଫିରି ହେସି କେଁ ଆରୁ!
ମୈଦାନ ମେଲା ଥିଲେ ବି
ଏକଲା ହେସି କେଁ ଖେଲି!
ଇ ସୁରଜମୁଖୀ
ମୁହୁଁ ଦେସି ମୁଡି।
ଜନତରାକେ କେଁ
ନେଇଁ ହୁଏ ଦୁଖ କହି!
ବଛର ଛିଡସି ପୁସେ
ଲଟକି ରହେସି
ନୁଆକିରି ମାଘର ଜାଡେ।
ଅଁଧାରେ ବଲାଜୁବରି
ଆଏସି ପସି କହେବାରକାଜେ
ଅଛେ ଦମ ଇ ଠାନେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
18/11/2019
This poem has not been translated into any other language yet.
I would like to translate this poem