ଏକାନ୍ତ ତୁମେ ତୁମର You Are Only Yours Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏକାନ୍ତ ତୁମେ ତୁମର You Are Only Yours

Rating: 5.0

ଭାବିଲେ ନିତ୍ୟ
ଗଜାନନ ମିଶ୍ର

ସବୁ ସତ୍ୟ
ଅସତ୍ୟ ନାଇଁ ।
ଭାବିଲେ ନିତ୍ୟ
ଅନିତ୍ୟର ନାଇଁ ପ୍ରଶ୍ନ।
ଶବ୍ଦସବୁ ଖଳଖଳ
ହୃଦୟରେ, ଚାରିଆଡେ
ଅମୃତ ସ୍ୱଭାବରେ।
ଗୀତ ବାଦ୍ୟ ନାଦ
ଲକ୍ଷ ଅଲକ୍ଷ ଅନ୍ତରୀକ୍ଷ
ସବୁ ବୃକ୍ଷ ମୋକ୍ଷ ।
ଥିପି ପ୍ରସରୁଛି ରସ
ମହିମାମୟ ମାଟି ଆକାଶ।
ଘୁଂଚୁଛି ଭୟର ତାଣ୍ଡବ
ମୃତ୍ଯୁ ଆପଣାଆପେ ଅନ୍ତର୍ହିତ ।
ଜୀବନ ସୁଯନ୍ତ୍ରିତ ଘଟପଟରେ
ଜଳେ ଅନଳେ
ସତ୍ୟରେ ଆନନ୍ଦରେ।
ନାଇଁ ତିଳେ କପଟ
ସମୟ ଶୁଦ୍ଧ ପୂତ ପବିତ୍ର।
ପଶୁ ପକ୍ଷୀ ବି ଆନନ୍ଦରେ ବିହ୍ୱଳ
କବିତା ସବୁ ରସର ମୂଳ
ଯାହାର ନାଇଁ ପଟାନ୍ତର।
ସ୍ୱସ୍ଥାନରେ ଥାଅ
ସ୍ୱସ୍ଥାନକୁ ଯାଅ
ଏକାନ୍ତ ତୁମେ ତୁମର
ଶ୍ରେୟ ପ୍ରେୟ ବାହାର ଭିତର
ଗହ ଗହ ମହ ମହ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
31/03/2020

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success