ଗଲତ ଆଏ
ଗଜାନନ ମିଶ୍ର
ମୋର ମା
ମଲାନ ବଲୁଛ ବଏଲେ
ଗଲତ ଆଏ ତମେ।
ଗଲତ ଆଏ
ତମର ଆଏ ଉପାଏ
ମୋର ବଢତିକେ
ଛିଡାମି ବଲୁଛ ବଏଲେ।
ଖପିଜିବ ତମେ କେତେବେଲେ
ନେଇଁ ପାର ଜାନି।
ତମର ଜାଲେ
ତମେ ହେବ ଛଁଦି।
ନେଇଁ ପାର ମୋର ମାଏଟକେ ଉଜଡେଇ
ଛାଲସିକାର ରକତ ଅଛେ ସବୁ ହେନ
କେତନିକେତେ ସକାଲ ଅଛେ
ଦେଖୁଛ କି ନେଇଁ!
କାଁଜେ କହେମି
ଆରୁ କାଣା, ଅଛେ ଜେନ
ମିରଚା ଫଟକରା
ଡରାସ କେଁ ହେଟା!
ଚିକିରପୁହେ
ଦେଖବ ରହ
ଉଠିଲିଁ ନ
ଆରୁ ନେଇଁ ସହେଁ ନ,
ନେଇଁ ଦିଏଁ ରଖି
ନମୋନିସାନ ତମର!
ତପୋବନ, ଟିଟିଲାଗଡ, ବଲାଙ୍ଗିର
30/10/2019
This poem has not been translated into any other language yet.
I would like to translate this poem