1
ଘାବରେଇ ଯାଅ ନା,
ଅଛ ତୁମେ ମଣିଷ
ଏଠି ଏମିତି ସବୁଦିନ।
ଭୟର ନାଇଁ
କୌଣସି କାରଣ।
ଜନ୍ମ ମୃତ୍ୟୁ ହେଉଥିଲେ ବି
ସତ ନୁହଁ କିଛି
ମାୟାଜାଲ କ୍ଷୟବୃଦ୍ଧି।
ରଙ୍ଗ ରୂପ ଆକାର
ତୁମର ଇ ନାଇଁ, ମଣିଷ।
ଜାତି ଗୋତ୍ରକୁ ଗୁଳିମାର।
ଗୁଣକୁ ଦେଖ, ଚିହ୍ନ,
ଦୋଷକୁ ନୁହଁ।
ଅଛ ସବୁଦିନ ଅମ୍ଳାନ ।
2
ଗଛକୁ ଦେଖ
ଦେଖ ପାହାଡକୁ
ଆଉ ବଂଚ ନିଃସ୍ୱାର୍ଥ ।
ଅନୁଭବ କର
ବାୟୁକୁ ଆଉ ରହ
ଅନାସକ୍ତ, ଉଦାସ।
ହେ ମଣିଷ,
ଆକାଶକୁ ପରଖ
ଥାଅ ଆଉ ନ ଥାଅ
କାହା ସହିତ।
ହେ ମଣିଷ,
ବ୍ୟବହାର କର ଜଳ
ନିଜକୁ ରଖି ନିଜଠି
ସ୍ୱଚ୍ଛ ଆଉ ପବିତ୍ର।
This poem has not been translated into any other language yet.
I would like to translate this poem