ଆଖିର ଲୁହ
ଗଜାନନ ମିଶ୍ର
ଜକେଇଆସେ ଆଖିରେ ଲୁହ ଏକଲା ହୋଇ ବସି ପଡିଲେ କୋଉଠି ଘଡିଏ ତପର। ଆଖି ମୁହଁ ଲାଲେଲାଲ ଦିଶିଯାଏ। କଣ ହେଲା ପଚାରିଲେ ନା କିଛି ହୋଇ ନି କହେ ସିନା ମନର ବେଦନା ହୃଦୟର ବେଦନା କହି ପାରେ ନା। କେମିତି ବା କହିବ ଅଜାଗା ଘା। କହିଲେ ବି ଅଙ୍ଗେ ନିଭେଇ ନ ଥିଲା ଲୋକ କଣ ବୁଝି ପାରିବ! ମାମୁ ପୁଅ ଭାଇ ସୁରେଶ କହିଲା ପରି ବରଂ କହିବ ଯାହା ହେଲେ ବି ଭାଇଟେ ମରିଗଲା ଯେତେବେଳେ ଟିକିଏ ତ ଯିବା କଥା। ବଡ ଭୁଲ କଲା ନାନୀ! ସୁରେଶ କଣ ଜାଣେ ଘଟିଛି କଣ ସବୁ! ଝିଅ ବାହା ହୋଇ ଗଲା ପରେ, ପୁଅବୋହୂ ନାତିନାତୁଣୀ ଦେଖିସାରିଲା ପରେ ଯଦି ଜନ୍ମ କଲା ବାପ କହିବ ନିଜ ଉଦ୍ଦଣ୍ଡି ବୋହୂର ବୋଲରେ ବଂଶ ବୁଡିଯାଉ କୋଉ ଝିଅ ଯିବ ଆଉ କହିଲେ! ଏତେ ଭଲ ପାଉଥିବା ପିଠିର ଭାଇ କହି ପାରିଲା ଯାଚ୍ଛାତା, ସୋସିଏଲମିଡିଆରେ ଲେଖିଦେଲା 'ସେ, ତା ପୁଅ, ତା ବୋହୂ ମତେ ଖାଇବାକୁ ଡାକିଲେ, ଭୁବନେଶ୍ୱର ଏମ୍ସରୁ ମୁଁ ଓ ମୋ ସ୍ତ୍ରୀ ଗଲୁ, ମତେ ଅପମାନ ଲାଗିଲା, ତଥାପି ଗଲି, ରଖିଲେ ନି, ଚାଲି ଆସିଲି। ତେଣୁ ମୋ ମଲାପରେ କେହି ଡାକିବ ନି ମୋ କାମଘରକୁ! କଣ କେମିତି ସେ ଅପମାନିତ ହେଲା କେହି ତ ପଚାରିଲେ ନି! ଅନ୍ୟ ଦୁଇଟି ବଡ ଭାଇ ବା ଗୋଟିଏ ସାନ ଭାଇ ବି ପଚାରିଲେ ନି 'ସେ' ମାନେ କିଏ? କିଆଁ ଏମିତି ଲେଖିଛୁ ସୋସିଏଲ ମିଡିଆରେ? କାହିଁ ତୁ ତ ଏମ୍ସକୁ ଗଲୁ ତପନାନୀକୁ ଜଣେଇଲୁ ନି, ଜାଣିଥିଲୁ ଯଦିଓ ଅଛି ତପ ପୁଅବୋହୂ ଘରେ ଭୁବନେଶ୍ଵରରେ। ତଥାପି ବାହାରଲୋକଙ୍କଠୁ ଶୁଣି ପୁଅ ବୋହୂ ସ୍ୱାମୀ ନାତୁଣୀସମସ୍ତଙ୍କୁ ଧରି ଦେଖିବାକୁ ଗଲେ, ଏମ୍ସରୁ ଡିସଚାର୍ଜ ହେଲେ ଘରକୁ ଯିବ କହିଲେ। ଆଉ କଣ କରନ୍ତେ! ଚାରି/ପାଂଚ ଦିନ ପରେ ତଥାପି ପଚାରିଲେ, ' ଭାଉଜ, କେବେ ହସପିଟାଲରୁ ବାହାରିବ? କେଜାଣି ବୋଲି ରୁକ୍ଷ କଣ୍ଠରେ ଶବ୍ଦ ବି ଶୁଣିଲେ।' ବଡ ଭାଉଜ କିନ୍ତୁ ଫୋନରେ କହିଲେ ଯେ ଗତକାଲିଠୁ ହସପିଟାଲ ଛାଡି ଆଶିଷ ଘରେ ଅଛନ୍ତି। ତପ ଭାବିଲେ ଆରେ ଆଶିଷ ଘରେ ତ କେହି ନାହାନ୍ତି କିପରି ଯତ୍ନ ନେଉଥିବେ ଦାଦାର! ବୋହୂକୁ କହିଲେ ସବୁ। ପୁଅବୋହୂଘରେ ତାଙ୍କୁ ନ ପଚାରି କେମିତି କଣ କରିହେବ? ବୋହୂ ନିଜେ କହିଲା ଚାଲ ଦେଖିଯିବା! ଗଲେ ବି ବୋହୂକୁ ସାଙ୍ଗରେ ନେଇ। ପହଂଚିଲା ପରେ ଭାଉଜର କେତେ କଣ ଝିଙ୍ଗାସ ବଚନ ଶୁଣିଲେ ବି। ଅନ୍ୟ ଭାଇମାନଙ୍କୁ କହିଲେ ସବୁ। ଆଉ ପୁଅକୁ ବି କହିଲେ ଓଲା କି ଓବେର ଗାଡିଟେ କରି ମାମୁମାଇଁଙ୍କୁ ନେବାକୁ। ଶିରୋଧାର୍ଯ୍ୟ କରି ମାଙ୍କ କଥାକୁ କାରଟିଏ ଭଡା କରି ଭାଇଭାଉଜଙ୍କୁ ନେଲେ ଘରକୁ। କେତେ ହାକିମାତି ସେଠି! ଶୁଣିଲେ ଜାଣିଲେ। ଭାଇଭାଉଜକଥା କହିଲେ ଲୋକହସା! ସେବାଯତ୍ନରେ ଲାଗିଗଲେ । ସାନପୁଅ ଘରକୁ ଯିବାର ଥାଏ। ଆଜିକାଲି ତ ଢେର ଦିନ ପୂର୍ବରୁ ଟିକଟ ନ କାଟିଲେ ସଂରକ୍ଷିତ ବର୍ଥଟିଏ ପାଇବା ବଡ କଷ୍ଟ। ତେଣୁ କହିଲେ, ଭାଉଜ ତମେ ଯଦି ରହିବ ମୁଁ ଯିବି ନି। ଟିକଟ କେନସେଲ କରିଦେବି। ଭାଉଜ ଓ ଭାଇ ବି କହିଲେ, ନାଇଁ ନାଇଁ କେନସେଲ କାଇଁ କରିବ, ଆମେ ତ ଆସନ୍ତା କାଲି ଚେକଅଫ କରିବୁ। ପୋଜିଟିଭ ବାହାରିଲେ ହସପିଟାଲରେ ରହିବାକୁ ହେବ, ନେଗେଟିଭ ବାହାରିଲେ ଘରକୁ ଟିଟିଲାଗଡ ପଳେଇବୁ। ତୁମର ରହିବା ଅନାବଶ୍ଯକ, ତୁମେ ଯାଅ। ଗଲେ ସିନା ଟ୍ରେନରେ, ମନଟା ଥାଏ କେନସର ସହ ଯୁଝୁଥିବା ଭାଇଠି, ବୁଝି ପାରିବ କିଏ? ବାଟସାରା ପଚାରୁଥାନ୍ତି, ଦାଦା କିପରି ଅଛି? ଭଲକରି ସଫା କରୁଥିବ, ଥରେ ଇନଫେକସନ ହୋଇଥିଲା, ଆଉ ଯେମିତି ନ ହୁଏ! ରାତି ପ୍ରାୟ ନଅଟାବେଳେ ପୁଅ ଫୋନ କଲା, ମାଇଁ ମାମୁ ପୁଣି ପଳେଇଲେ। ତୁମେ କଣ କହିଲ ମା? ଗଲାବେଳେ ମାମୁ କହିଲେ ତୁମ ମା ଫୋନ କରୁଛି ବାରମ୍ୱାରତେଣୁ ପଳାଉଛୁଁ। ତପର ମୁଣ୍ଡ କଣ ହୋଇଗଲା, ଆରେ ମୁଁ ତ ସେମିତି କିଛି କହି ନି, ବରଂ କହିଲି, ଘରଦ୍ୱାର ପାଇଲ ଭାଉଜ, ଦାଦାର ଯତ୍ନ ନେଉଥିବ। ବୋହୂ ସହିତ ମିଶି କାମଧାମ କରି ରହିଥିବ! ' ଯା ହେଉ, ପୁଅ ପୁଣି ଫୋନ କଲା, ମା ତୁମର ସବୁ କଥୋପକଥନ ମାମୁ ରେକଡ଼ କରିଛନ୍ତି, ହେଇ ଉଆଟସଫରେ ଛାଡିଛନ୍ତି, ଶୁଣ। ଭାଇ ଭାଉଜ ଭଉଣୀର କଥାବାର୍ତ୍ତା ରେକଡ କରି କିଏ ଛାଡେ? ଉଦ୍ଦେଶ୍ଯ ମନ୍ଦ ନ ଥିଲେ! ରେକଡରେ ବି ସେମିତି ନାଇଁ କିଛି। ୟାପରେ ନବେ ବର୍ଷର ବୃଦ୍ଧବାପା ଗାଁରୁ ଫୋନକଲେ ଭାଇକୁ ଘରୁ ତଡିଦେଲୁ? କଣ ବୁଝିଲେ କେଜାଣି! ଦିଲ୍ଲୀରେ ପଢୁଥିବା ଭାଇର ଝିଅର ଫୋନରେ ଧମକ, ଭାଉଜର ଭାଇ ଜୟପୁରରୁ ଫୋନରେ ଧମକ, ଦିଲ୍ଲୀଆଉ ଆଉ ଜାଗାରୁ ରାତିସାରା ଧମକପୂର୍ଣ୍ଣ ଫୋନକଲ। କାହିଁକି ରଖିଲ ନି, ଘରୁ ତଡିଦେଲ? ଆଶ୍ଚର୍ଯ୍ଯ! ଭିକାରୀ ପରି ତଡିଦେଲ କିଆଁ କହି ବାପା ବଂଶବୁଡିଯାଉ ବୋଲି ଅଭିଶାପ ବି ଦେଲେ। ଆରେ ଦୋଷରେ ଥିଲେ ତ କଣ ହେବ? ଭାଇଟା ବି କିଛିଦିନ ପରେ ଆରପାରିକୁ ବି ଗଲେ। ଅନ୍ୟ ତିନିଭାଇ ପ୍ରତିକ୍ରିୟାଶୂନ୍ୟ। ଇତିଶ୍ରୀ ବାପଘର ସଂପର୍କ। ତୁଚ୍ଛା ତୁଚ୍ଛାରେ ଏତେ ଘଟଣା ଘଟିଗଲା! ସତରେ ସଂପର୍କଗୁଡାକ କେତେ ସରୁସୂତା! ସମୟ କରାମତିରେ କିଏ କେତେବେଳେ କଣ ନ ହୁଏ! ଆଖିରେ ଲୁହ ଆସିଗଲେ ଅବଶ୍ୟ କିଛି ଲାଘବ ହୁଏ ଦୁଃଖ। ପାଣି ହୋଇ ବହିଗଲେ ଦୁଃଖସବୁ ଅବଶ୍ଯ ଭଲ।
...
ଯେତେବେଳେ ମୁଁ କଲମ ଧରେଁ
ଗଜାନନ ମିଶ୍ର
ଭୁଲିଯାଏଁ
...
Nothing is there outside,
And see all inside.
Go not out
...
But why?
Are words not in order?
Is there tears of rain?
Think a while
...