A series of painful mid-noon
passed away…
still I stand there below the open sky.
Protect your paddy crops and
...
Odia Poetry Feribala
ଫେରିଵାଲା
ମାଧବ ଚନ୍ଦ୍ର ଜେନା
ମୋ ପେଟୀରେ ମହଜୁଦ
ହରେକ ଜିନିଷ
ମୋ ପାପ, ପୁଣ୍ୟ, ମୋହ, ମାୟା, ମୁକ୍ତି ଆଉ
ମୋ ସାଡେ ସାତ ଟଙ୍କିଆ ପ୍ରୀତି ।
ୟେ ସବୁକୁ ମୁଁ ଏବେ ଆହୁରି
ସସ୍ତାରେ ବିକିବି ସ୍ଥିର କଲି
ସଞ୍ଜ ନଇଁବା ଆଗରୁ
ଲାଭ ହେଉ କି କ୍ଷତି ହେଉ ।
କାରଣ ମୁଁ ତମର ସେ
ଚିର ଉପେକ୍ଷିତ ଫେରିଵାଲା
ଖାଲି ହାତେ ଫେରିଯିବା ସଦା
ଯାର ଭାଗ୍ୟରେ ହିଁ ଲେଖାଥିଲା ।