ପୃଥିବୀ ସୁନ୍ଦର ଗଛ ଲାତାରେ
ସୂରୁଜ ସୁନ୍ଦର ଖରା,
ନଈକୁ ସୁନ୍ଦର ଡଙ୍ଗା ଚାଲିଲେ
ଆକାଶ ସୁନ୍ଦର ତାରା |
ଘରକୁ ସୁନ୍ଦର ଜିନିଷ ଥିଲେ
ଗୁହାଳ ସୁନ୍ଦର ଗାଈ,
ଅଗଣା ସୁନ୍ଦର ପିଲା ଖେଳିଲେ
ନାତିକୁ ସୁନ୍ଦର ଆଈ |
କବିକୁ ସୁନ୍ଦର ଖାତା କଲମ
ବଗିଚା ସୁନ୍ଦର ଫୁଲ,
ମନ୍ଦିର ସୁନ୍ଦର ଦେବତା ଥିଲେ
ମୂଲିଆ ସୁନ୍ଦର ମୂଲ |
ପିଲାଙ୍କୁ ସୁନ୍ଦର ବହି ବସ୍ତାନି
ବାଟକୁ ସୁନ୍ଦର ବାଟୋଇ,
ଦେଶକୁ ସୁନ୍ଦର ସଚ୍ଚା ଶାସକ
ନାରୀ ହୋଇଥିଲେ ପାଠୋଇ |
This poem has not been translated into any other language yet.
I would like to translate this poem