ଜୀବନ ମରଣର ଏ ସଂସାର
କେବେ ଯେ ଯିବ ଉଜୁଡି,
କିଏ ରହିଯିବ ଏଇଠି
ଆଉ କିଏ ଯିବ ଛାଡ଼ି |
ଛାଡ଼ି ଯିବାକୁ ନାହିଁ ମୋର ଭୟ
ଆସିଛି ତ ଯିବି ନିଶ୍ଚୟ,
ଦୁନିଆରେ କିଛି ଭଲ ନ କରିଲି
ଏଇତ ଦୁଃଖର ବିଷୟ |
ଜୀବନ ନୁହେଁ ଏକ ଅବୁଝା କବିତା
ପଢ଼ି ବୁଝି ହୁଏ ନାହିଁ,
ଜୀବନ ନୁହେଁ ସୌଖିନ କଣ୍ଢେଇ
ଖେଳି ଭାଙ୍ଗିବା ପାଇଁ |
ଜୀବନ ମରଣ ମଧ୍ୟରେ
ଅଛି ଯେଉଁ ବନ୍ଧନ,
କେଉଁ ଶକ୍ତି ଅବା ଅଛି
କରିବ ତାହାକୁ ଛିନ୍ନ |
ଏ ଜୀବନରେ ଅଛି
କେତେ ଯେ ଆଶା,
ଆଶା ପୂରଣ କରିବା ପାଇଁ
ନାହିଁ ମୋର ଭରଷା |
ମଣିଷ ଜୀବନ ନୁହଁଇ କେବଳ
ବର୍ଷ, ମାସ, ନିମିଷକ,
ଏ ସମାଜକୁ ଅଛି ଯେ
କେତେ ତା'ର ଆବଶ୍ୟକ |
ଆଖିର ଲୁହରେ ଏ ଜୀବନ ଝରେ
କେହି ବୁଝେନା ତା'ର ମୂଲ,
ଏ ଜୀବନ ଖାଲି ମଶାଣୀ ବୁକୁରେ
କବରରେ ଝରା ଫୁଲ |
ଭୋଗିବାକୁ ହେବ ମଣିଷ ଜୀବନେ
ଥିବା ସବୁ ସଂଘର୍ଷ,
କ'ଣ ପାଇଁ ଆମେ ଦୁଃଖ କରିବା
ସବୁ ତ ନୀୟତି ନିର୍ଦ୍ଦେଶ
This poem has not been translated into any other language yet.
I would like to translate this poem