ଏ କେଉଁ ଚନ୍ଦ୍ର?
ଅଛି ପୁଣି କୋଉଠି ଏ ଚନ୍ଦ୍ର?
କରୁଛି କଣ?
କିଏ କିଏ ସବୁ ଅଛନ୍ତି ଏ ଚନ୍ଦ୍ର ଭିତରେ?
ଚନ୍ଦ୍ରକୁ ନେଇ ଏତେ ଚର୍ଚ୍ଚାର ମାନେ କଣ?
ଯାହା ଆଖିକୁ ପ୍ରତେ ହେଉଛି
କିଆଁ ନ କହିବ ଚନ୍ଦ୍ର?
ଆଉ ଚନ୍ଦ୍ର ଅଛି ଯୋଉଠି, ସେଇଠି ଯେ
ବିଦ୍ୟମାନ ସବୁ ସୌନ୍ଦର୍ଯ୍ୟ
କିଏ କଣ କରିବ ଅସ୍ଵୀକାର?
ଚନ୍ଦ୍ର ଯେ ଚନ୍ଦ୍ର ସ୍ଥାନରେ
ଆଉ ତୁମେ ବାତୁଳ କରାଇ
ଅନ୍ୟକୁ ଫାଇଦା ନେଉଛ ଉଠାଇ
ସ୍ଵୀକାର ନ କରି ତୁମର ନାହିଁ ବାଟ ।
This poem has not been translated into any other language yet.
I would like to translate this poem
ଯେଉଁ ଚନ୍ଦ୍ର ହେଉ ପଛେ ସୁନ୍ଦର ହୋଇ ତା ସ୍ଥାନ ରେ ଥାଉ ଓ କେହି ବାତୁଳ ହୁଅନ୍ତୁ ନାହିଁ.। ଚନ୍ଦ୍ର ନିଶ୍ଚିତ ଭାବରେ ସୁନ୍ଦର ଅଟେ. । ଭଲ କବିତା ଟେ ହୋଇଛି. ।