ଜନ୍ମ ନାହିଁ
ଜନ୍ମ ନାହିଁ,
ନାହିଁ ମୃତ୍ୟୁ ।
ନାହିଁ ରୋଗ ଶୋକ,
ଜରାବ୍ୟାଧି ନାହିଁ ।
ଅଛି ମୁଁ,
ଅଛି ମୋର ସବୁ ।
ନାହିଁ ବନ୍ଧନ,
ଅଛି ମୁଁ ଚିରଦିନ ।
ମୁଁ ଆନନ୍ଦ,
ମୁଁ ସଦାନନ୍ଦ ।
ନା ମୋର ଉପର ତଳ,
ନା ସଂଜ ସକାଳ ।
ମୁଁ ଅଛି,
ଅଛି ସବୁକିଛି ।
This poem has not been translated into any other language yet.
I would like to translate this poem
in what language is it? as it is selected in new poems so I think of course it is high..... thasnks for sharing.