ଜହ୍ନକୁ ଦେଖିଲି,
ଦେଖିଲି ସୂର୍ଯ୍ୟକୁ ବି ।
କଣ ପାଇଁ ଦେଖିଲି
ରଖ ପଛକୁ ସେ କଥା,
ଆଗ କହିବାକୁ ଦିଅ ମତେ,
ହୁଏ ତ ପରେ ଆଉ ନ ଥିବ
ଏମିତି ସମୟ ଏଠାରେ ।
କହିବାକୁ ଦିଅ
ଚନ୍ଦ୍ର ସୂର୍ଯ୍ୟ କଥା ଯାହା
ନ କହି ପାରିଲେ, ହୁଏ ତ,
ମତେ ପାଇବ ନି ଦେଖିବାକୁ
ରାତିରେ କି ଦିନରେ ।
ରାତି ଆଉ ଦିନ
କାହାରି ନୁହଁ
ନା ସୂର୍ଯ୍ୟର ନା ଚନ୍ଦ୍ରର ।
ଆରେ, ଏମାନେ ତ କେବେଠୁ
ସବୁ ଦାୟିତ୍ଵ ଦେଇ ମତେ,
ଅଚିନ୍ତାରେ ଯାଇଛନ୍ତି ରହି
ଆଉ କୋଉଠି, ମତେ
ଜଣା ନାହିଁ ଯାହା, ନୁହେଁ,
କହିବାର ସମୟ ଏଇନେ ।
This poem has not been translated into any other language yet.
I would like to translate this poem
Bhala geetatie hoichhi manibaku padiba. Dhanyabada agyan, nanaskar.