ହିସାବନିକାଶ କଥା
ଆଉ କୁହ ନା
ରଖିଦିଅ ସବୁକୁ
ଗୁପ୍ତଘରେ ।
ଗୁପ୍ତଘରେ ଆଉ କିଏ
ଆତ୍ମରତିରେ, ପଚାର ନା ।
ପଚାର ନା
ବାହାଘର, ପତ୍ନୀପୁତ୍ର
ଆଉ ମେଳାମହୋତ୍ସବ,
ଆଲୁଅ କେମିତି
ହେଉଛି ଅନ୍ଧାର ।
କୋଠରୀକୁ କୋଠରୀ ଭର୍ତ୍ତି
ମାଟି ଆଉ ତୁମେ ବଡପାଟିରେ
କହିଚାଲିଛ କଣ ସବୁ ପୁଣି ହେଉଛି ।
ଯେତେ ରାତି ସେତେ ଲୋକ,
ଯେତେ ଲୋକ ସେତେ ପୃଥିବୀ,
ଯେତେ ପୃଥିବୀ ସେତେ ରାତି ।
ରାତିରେ ପୁଣି କିଏ କଣ କରନ୍ତି
ହିସାବ ରଖେ ଯିଏ
ସିଏ ହିଁ ଥାଏ ପାଖରେ ପାଖରେ
ବଦଳେଇ ଦେବାକୁ ଗତିବିଧି ।
ସତକୁ ସତ ବଦଳେ କି କିଛି?
ଆଉ ବଦଳି ହୁଏ କି ନୂଆ ।
ନୂଆ ବୋଲି ଯାହା କହୁଛ ବନ୍ଧୁ
ସେଇଟା ଇ ଥିଲା ପୂର୍ବରୁ
ଆଉ ଥିବ ବି ସେଇ ସବୁ ଆଗକୁ ।
This poem has not been translated into any other language yet.
I would like to translate this poem