କାଣା ବୁଝଲା
କାଣା ନେଇଁ କାଣା ବୁଝଲା,
ହେଟା ନ, ଉଠ୍ଲା ଆରୁ
କାହାକେ କାଣା କହେତା,
ମେଲି ଦେଲା କେନକେନଆଡେ ।
ମୁଲଚାଲ ଆରୁ କେନ କରସି,
ପତରଗଜା ରସ ସୁଡକି
ଦମ ମାରି ଉଠ୍ଲା ଆରୁ ପଚରାଲା
ଇଟା କେଁ ପାଏନ ବୁଆ ।
ପାଏନ ନେଇଁସେରେ,
ଇଟା ପୁଆଲ ସିଝା ଗଁଧ
ଢକଢ଼କେଇ ଆନୁଛେ।
ଜୀବନ ନେଇଁ ନ ରେ
ମୁର୍ଦାର ମୁର୍ଦାର ଲାଗୁଛେ ।
ଖେଲର କେଁ ହାତଗୋଡ,
ଇ ଟା ଏନ୍ତା ହେଇକରି ସୁସୁଛେ ରକତ୍ ।
ନେଇଁ ପଚର ନ
କୁଭାଁର ଘରର୍ ଚକ୍ରି ଗଲା କାହିଁ ।
ନେଇଁ ପଚର ନ
ଜୁହ୍ନା କି ପୁର୍ନା,
ଲିହିବିହି ହେଲା ନ
ଆରୁ ଦେଲା ନ କହି
ଇ ବାହି ଥି ସରଲା ନ କବାର ।
ଜେନ ରାତିର କଥା କହୁଛ ବନମାଲି
ଆଏଁଖ ଖୁଲି କରି ଦେଖଲାବେଲକେ
ସବୁ ଖାଲି ।
ସଟାବଟା କବାର ବନେ ନି ସେ,
କହିଦେଲା ମୁହାଁମୁହିଁ ଆରୁ
ଉଲଟିଲା ନେଇଁ ପଛକେ ଘଡେ ଛନେକ ।
This poem has not been translated into any other language yet.
I would like to translate this poem