ଯୁଝିବାକୁ ହେଉଛି
ସମୟ ସହିତ,
ଆଉ ସମୟ
ହସୁଛି ମୁରୁକି ମୁରୁକି ।
ଗହକି ଲାଗିଛି ହାଟ,
ଉଜୁଡି ଗଲାବେଳେ ଆହୁରି ।
ପଚାରୁଛି କେମିତି
କରୁଛ ହିସାବ?
ଖାପ୍ ଖାଉଛି କି ନାଇଁ
ଦେଖ ଆଉ ଥରେ
କୂଳ ସହିତ ।
ସଉଦା କଲାବେଳେ
ମୁହଁ ଦେଖା ନୁହେଁ କାମର,
ଅବଶ୍ୟ ଲହଡି ଲାଗି ହେଉଛି କୂଳ ।
This poem has not been translated into any other language yet.
I would like to translate this poem
Shore is life's reflection. Every wave touches this shore. Nice and amazing! ..10