ଦୋହଲିଗଲେ
ଆସ୍ଥା ଆଉ ବିଶ୍ଵାସ
ଶୁଖିଯାଏ ନଈ,
ଆଉ ନଈ ଶୁଖିଗଲେ
ମରିପଡେ ମାଛ,
ଆଉ ମାଛ ମରିପଡିଲେ,
ଥାଏ ନା ସୁଖ,
ଥାଏ ନା ଆନନ୍ଦ ।
ସୁଖ ଟିକକ
ଆନନ୍ଦ ଟିକକ ଲାଗି ତ
ଆମର ଏଠି
ଏତେ ଧନ୍ଦାବାଡି ।
ଭଲ ପାଇବାରେ ପ୍ରେମରେ
ସୁନ୍ଦର ଚାଲିଥାଏ ଜୀବନ ନାଡି ।
ବାକି କଥାକୁ ଚିନ୍ତା ନାଇଁ,
ଯିବା ଆସିବା ଚାଲିଥିବାବେଳେ
କହି ପାରିବ ନାହିଁ
କିଏ ରହିଲାଣି କୋଉଠି ।
ଯାହା ନିଜର
ତାକୁ ଇ
ରଖିବାକୁ ହେବ ଧରି
ଗଭୀର ବିଶ୍ଵାସରେ
ଆସ୍ଥାରେ ।
This poem has not been translated into any other language yet.
I would like to translate this poem