କିଏ କାହାର ଈଶ୍ଵର,
ଏଠି କିଏ କାହାର
କେମିତି ଈଶ୍ଵର ।
ଈଶ୍ଵର କିନ୍ତୁ ସୁଲଭ,
ଆଉ ମୁଖ ତାଙ୍କର ସବୁଆଡେ ।
ସବୁଆଡେ ସବୁ ସ୍ଵୟଂସିଦ୍ଧ ।
କିଛି ଆଉ ରହୁ ନାହିଁ ଏଠି
ଆସନ୍ତାକାଲିକୁ ।
ସୂର୍ଯ୍ୟ ହୋଇ ପୁଣି
ଆଲୁଅ ଧରି ହେଉଛି ଯିବାକୁ
ନିକଟୁନିକଟ ।
ଭୟପ୍ରଦ ପୁଣି ଭୟନାଶକ
ଜୀବନଯୁକ୍ତ ଆଉ
ସ୍ଥୂଳସୂକ୍ଷ୍ମ ବ୍ୟାପକ ।
This poem has not been translated into any other language yet.
I would like to translate this poem