ଠିଆ,
ଠିଆ ରହିଥାଅ ସିଧା
ସ୍ଥିର ଭାବରେ ଏଠାରେ,
ବଳେ ଆସିବେ ସମସ୍ତେ
ଆଉ ବୁଝିଯିବେ
ନିଜ ନିଜ ଭୁଲ ।
ସତ୍ୟ ଯେ ତୁମଠି
ତାହା ଆଉ ଲୁଚାଛପା ନୁହେଁ
ଜାଣିବେ ସମସ୍ତେ ବଳେ ।
ଥାଅ ଦୃଢ, ଅଛ ଯୋଉଠି,
ପବିତ୍ର ରଖିଥାଅ ମାଟି ।
ପଥ କିନ୍ତୁ ହୁଡ ନା,
ଆଉ ଥାଅ ସେମିତି ସେଇଠି ।
ବଣ ଅରମାରେ ତଥାପି
ଅଛି ମୁ ଆଉ ପଚାରୁଛି ସବୁ
ଭ୍ରମଣକାରୀଙ୍କୁ ପାରୁଛ କି ଚିହ୍ନି?
କିଏ କୁଆଡେ କେତେବେଳେ
ଯାଉଛି ଆଉ ପୁଣି କେତେବେଳେ
କୁଆଡୁ ଆସି କଣ କହୁଛି,
କଣ କରୁଛି ହେଉ ନ ଥିବାବେଳେ ବୁଝି
ତଥାପି ତୁମେ ଦିଶୁଛ ସୁନ୍ଦର
ଦିଶୁଥିଲ ଯେମିତି ପୂର୍ବରୁ ଏଠାରେ ।
ସତ୍ୟମେବ ଜୟତେ
ତଥାପି ରହିଛି ଲେଖା ହୋଇ,
ଆଉ ମୁଁ ବି ହୋଇଛି ଠିଆ
କଳ୍ପନାକୁ ମିଶାଇ ।
ଭୁଲ ବୁଝାମଣା ନାହିଁ କିଛି,
ଅଛି ଖାଲି ଆଚରଣକୁ
ସୁଧାରିନେବା ବେଳ ଥାଉ ଥାଉ ।
ଆଉ ଆବଶ୍ୟକ ରହିଛି
ନିଜ ଉପରେ ନିଜର ଆସ୍ଥା ସ୍ଥାପନ ।
This poem has not been translated into any other language yet.
I would like to translate this poem