କିଛି ରଙ୍ଗ କିଛି ମାଟି
କେଇଟା ଅକ୍ଷର କେଇଟା ସୂର୍ଯୋଦୟ
ନିଅ ଆଉ ତିଆରି କର ଜୀବନ ।
ଆଳୁକୁଚି ମାଳୁକୁଚି ଏଇ ଜୀବନ
ଏଇଠି ଆଉ ସେଇଠି ।
ଦେଖ ପରଖ ଆଉଟା ସୁନା
ତୁମଠି ଯାହା ବର୍ତମାନ ।
ନ ହେଲେ ନ ଚଳେ
ଏମିତି ନାହିଁ କଥା ।
ହେଲେ ପହିଲେ ଦର୍ଶନ ଦିଅଁ
ଯାହାର ଭିତରେ ତୁମେ ସର୍ବଦା ।
ତୁମେ କିଏ?
ଗୋଟେ ଡାଳ
ଗୋଟେ ପତ୍ର
ଗୋଟେ ଫୁଲ
ଗୋଟେ ଫଳ
କେବଳ!
ଆଉ ସବୁକୁ
ପ୍ରମାଣ ସ୍ଵରୂପ
ଢାଳି ଦେଉଛି
ଅଗଣାରେ
ଝଲକାଏ ପବନ ।
This poem has not been translated into any other language yet.
I would like to translate this poem