ଦାଢ଼ି
ରଖଲେ ଲୋକ୍ ବଲୁଛନ
କାଁ ହେଲା ଜେ ରଖିଛ,
ଦାଢ଼ି କାଟିଦେଲେ
ଲୋକ୍ ବଲୁଛନ୍
କେନ୍ତା ଦେଲ କାଟି ।
କେନ୍ ବଲୁଛେ ଦାଢି ରଖଲେ
ଦିଶୁଛ ମୋଦି ବାଗିର୍
ଆରୁ କେନ୍ କହୁଛେ
ଗୋପବନ୍ଧୁ ବାଗିର୍
ଦିଶଲ ନ ଏଭେ ।
ମୁଲକି ହସା ଦଉଛେଁ ସଭକୁ
ଆରୁ ଭିତରେ ଭିତରେ କହୁଛେଁ
ମୁଇଁ ରଖଲେ କି ନାଇଁ ରଖଲେ
ତୁମର ଜଉଛେ କି ଅଉଛେ
କହ ତ ଆଘୋ ।
ଇ ଦାଢି କାଏଁ ମୋରଟା
କି ମୁଇଁ ପାରୁଛେଁ ଗଜରେଇ,
ପଚରଉଛ ବଏଲେ
କହେମି ଜରୁର
କାଟବାରଟା ଆରୁ କାଟବାରଥି
ଗୁଁଅଉଛେଁ ସମିଆ
ବନାବାରକାଜେ କିଛୁ
ନାଇଁ ନ ମୋରନେ ଜାନିଛ
ତମେ ଅଏନ କରି ଇନେ ।
ଛି ଛାକର କରୁଛନ ସଭେ
ବନାବାର ବେଲକେ,
କି ଉଠଲାବେଲକେ ଉପରକେ ।
ଖସରିଲେ ତଲକେ
ଟାହିଟାପରା କେତେ
ହେଲେ ଜାନିଛେ ମୁଇଁ
ଉପର ନାଇଁ କି ତଲ ନାଇଁ
ବନାବାର ନାଇଁ କି ଭାଁଗବାର ନାଇଁ
ସୁନବାର ଖାଲି ଅଛେ
ସଭକରନୁ ସବୁ ।
This poem has not been translated into any other language yet.
I would like to translate this poem