ନୂଆଖେଇ ବାସିଦିନ
ମୋର ମା ଛଅଟା ଡାଲ ଧରିକରି
ଆମକୁ ପିଟୁଥିଲା, ହେ ଭିତରୁ
ବଜରମୁଲି ଗୁଟେ ଆଏ।
ବାଂଜିଡାଲ, ଆମଡାଲ,
ବୁରୋଡାଲ, ଦୁବଲଟା,
ଅଏଁଲା ଆରୁ ବଜରମୁଲି।
ସକାଲୁ ଗାଧିପାଧିକରି
ଚଁଦନ ସିଁଦୁର ମାଖିକରି
ଆମେ ସଭେ ଭାଏବହେନ
ବସି ପଡୁଥିଲୁଁ ମାହାପୁରୁ ଘରେ।
ଷଠିପୂଜା ହଉଥିଲା,
ବଁଦଉଥିଲା ଆରୁ ପାରଥନା କରୁଥିଲା
ମୋର ପୁଓଝିକର ଦେହେମୁଡ
ବଜର ହଉ ପରଭୁ।
ମା ଆରୁ ଅଛେ?
କାହାରଠାନୁ ସୁନମୁ ଆରୁ
ଏନ୍ତା କଥା ସବୁ!
ଏକଲା ମା, ବାକି ସଭେ ଗୁଟେ
ତବଭି ମୋର ମା ବଁଚୁଥିଲା
ଆରୁ ଆମକେ ବଂଚେଇ ରଖିଥିଲା।
ଆରୁ କାହିଁ ଫିରବା
ସେ ବଜରମୁଲି ମାଡ
ଆରୁ ସେ ଦିନ ଉତପାତ ହେବାରଟା!
This poem has not been translated into any other language yet.
I would like to translate this poem