ଆସ ବତେଇଦେବି
ଭଙ୍ଗାଯାଏ, ଜଳାଯାଏ କେମିତି,
ଆଉ ଜାଳି ଭାଙ୍ଗି ପୁଣି କେମିତି
ଗଢାଯାଏ ସରଗଦୁଆରୁ ଆସି ।
ବତେଇବା ଆଗରୁ ଅବଶ୍ୟ
ତୁମଠି ଥିବା ଦରକାର
ନିହପକା ସାଧାରଣ ଗ୍ୟାନ ।
ଯୋଉଟା ଯାଉଛି ବତେଇବାକୁ
ସେଇଟା ଖାସ୍ ତୁମର ବିକାଶର
ପ୍ରଥମ ସୋପାନ, ଧରିନିଅ ।
ଖଣି ଖାଦାନ ବଗିଚା ଅଛି ସେଠି,
ଆଉ ଯାହା ନାହିଁ ତାହା ଯେ ନ ଥିବ
ଭାବ ନାହିଁ ସେମିତି କିଛି ଏବଠୁ,
ଆଗକୁ ଅଛି ଯେ ବହୁତ ଦୂର ଯିବାକୁ ।
ଗଲାବେଳେ ଅବଶ୍ୟ ମାତ ଉତ୍ସବରେ,
କହିଦିଅ ତୁମେ ଆଉ ଅଛ କଣ ପାଇଁ।
ରହି କରି କରିବ କଣ ସ୍ପଷ୍ଟ କରିଦିଅ
ମାଟିକୁ ଚାହିଁ ।
ଆଉ ମାଟିରେ ମନ ରଖି
ଅନାଅ ଆକାଶ, କେତେଦୂର ପାରିବ ଦେଇ
ଉଡାଣ ଯାହାକୁ ରଖି ପାଖରେ ପୁଣି
ଖେପିଯିବ ସସାଗରାଧରା ।
This poem has not been translated into any other language yet.
I would like to translate this poem