1-
କେନ୍ କାଟଲା ଗଛ ଆମର୍,
ବୁହିନେଲା କେନ୍ ଆମର୍ ପାହାଡପଖନ,
କଟାକଙ୍କଡା ଖାଏଲା କେନ୍,
ଆରୁ ପି'ଲା ଧରତି ମା ଥନୁ ଦୁଧ,
ସବୁ ଶୁଖଲା ଏଖେନ୍।
2.
ଇ ଗିତ୍ ଇ ସଙ୍ଗିତ୍ ଇ ପରବ,
ନେଇଁ ନ ଆବେଗ କେହେନସିନେ।
ସବୁଠାନେ ଭୁତ୍ ପେତେନ୍।
ଜାନି ବେହୋସ୍, ଚାଠାବୁଠା ସବୁଠାନେ।
ସପନ, ଜନ୍ ଆରୁ ନେଇନେ।
3.
ନୁକୋଟା, ପି, ମହୁଲି ଥୁପେ।
କୁଟରା ଇଟା, ନେ, ଖା ଫୁଟେକ୍।
କେନ୍ ଆଛେ କାହାରଠାନେ ଧାଙ୍ଗରି?
ଜନମ ମରନ ନେଇଁ ଜାନୁ କେଁ
ତୁଲିଆଚିରି ଭାଗିଛେ ଛିନଛତ୍ରେ।
4.
କେନ୍ କଲା ଏନ୍ତା ମୋର୍ ମା କେ
ମୋର୍ ଗାଁ କେ ମୋର୍ ଗାନ୍ କେ।
ଜଉଛେ ଫସକି, ଧାଁ ଧପଡି।
ସପନ୍ ଭରମ୍ ଅପନେଆପ୍ ଜଉଛେ ସୁଡକି।
ବେଲଉଦା ବେଲବୁଡା ନେଇଁ କାହିଁ ସଉକି
This poem has not been translated into any other language yet.
I would like to translate this poem
Sabuthane bhut peten Jani behos chatha butha sabuthane Sapan, jan aru neine. Powerfull lines from rich tribal literature sir.A strong revolt peeps out as if.Nice poem sir.