କୁଞ୍ଜବାଟୀ Poem by Pratap Malik

କୁଞ୍ଜବାଟୀ

କଳାମେଘ ଦେଖି ମୟୁର ନାଚିଲା
ସ୍ମୃତି ସଞ୍ଜବତୀ ଜାଳି,
ସପନ ଭାଙ୍ଗିଲା ଫଗୁଣ ରାତିରେ
ଅଦିନ ଶ୍ରାବଣ ଢାଳି I

କଦମ୍ବ ବନରେଗରଜି ଉଠିଲା
ପୀରତି ମଧୁର ଗୀତ,
ଶରତ ଭଳିଆସମୀର ଚଳିଆ
ସରସି ଉଠିଲ ମିତ I

ଫୁଲତ ତାଟକାଫୁଲେଇ ତଟକା
ଚଇତି ଆକାଶ ଜହ୍ନ,
ଚନ୍ଦ୍ରମା ଚିନ୍ତାରେ କଳଙ୍କ ମଥାରେ
ଜୋଛନା କରୁଛି ମାନ I

ବଉଦ ଫାଙ୍କରୁଜହ୍ନ ଝାଙ୍କୁଥିଲା
ତୁମକୁ ଦେଖିବ ବୋଲି,
ଚନ୍ଦ୍ରମୁଖୀ ବୋଲିପାରୁନି ସମ୍ଭାଳି
ଶୁଣିକି ଯାଉଛି ଜଳି I

ନିଜକୁ ଖୋଜିଲେତୁମକୁ ପାଉଛି
ଏଠିସେଠି ପୁଣି ସବୁଠି,
ତୁମକୁ ଖୋଜିଲେ ନିଜେମୁଁ ହଜୁଛି
ଚିତ୍ତଚିନ୍ତା କୁଞ୍ଜ ବାଟୀ I

Tuesday, June 2, 2020
Topic(s) of this poem: poem
COMMENTS OF THE POEM
READ THIS POEM IN OTHER LANGUAGES
Pratap Malik

Pratap Malik

Kendrapada
Close
Error Success