କୋଉ ଘାଟ ଏଇଟା?
ଅଛି କିଏ ଏ ଘାଟରେ?
ଆଉ କରୁଛି କଣ?
କେତେ ପ୍ରକାରର ଭାତ ତିଅଣ?
ଚାଖୁଛି, ପଡିଛି ନା ନାଇଁ ଲୁଣ?
କୋଉଠିକୁ ଯିବ କିଏ ଏଠୁ?
ଯିବ କେମିତି କୋଉ ବାଟରେ?
ବାଟସାରା ଚାଲିଛି ବିକାକିଣା,
ବାଟସାରା ମିଳୁଛି ବୋଲଣା,
ଲୁଣ ପଡି ବି ଲାଗୁଛି ଅଲଣା ।
ଘାଟ ମାଡି ଆସୁଛି ସ୍ରୋତ,
କାହାକୁ କିଏ କରୁଛି ସାକ୍ଷାତ!
ବିଚାରି ବିଚାରି ଯାଅ ଶୀଘ୍ର,
ବସିବା ଆଗରୁ ମାଡି ଅନ୍ଧାର ।
This poem has not been translated into any other language yet.
I would like to translate this poem
Odia bhasare ei darshanika kabitati khub bhala hoichhi. Dhanyabada.