ମୁଇଁ ଜାନିଛେଁ
ଗଜାନନ ମିଶ୍ର
କାଣା କହୁଛ ତୁମେ ବୁଝିଛ,
କାଣା ଶୁନୁଛେଁ
ନେଇଁ ବୁଝି ପାରୁଛେଁ ମୁଇଁ!
ଏତକି କହେବାର ଅଛେ ତ
ଠିକ୍ ଅଛେ ହେନ୍ତାହେଲେ!
ତୁମେ ଆଗକେ ଆରୁ
ନେଇଁ କହେବ କିଛୁ
ହାବସି ହେବ କାଁଜେ
ପାସକେ ଆସିକରି ବେମତଲବରେ
ଅବୁଝା ଲୁକର ଠାନେ!
ଠିକା ନେଇଛ ବୁଝାବାରକାଜେ
ବଏଲେ କକ୍ତିଦିଅ, ଲୁଭେ ପେଟର ଲାଗି
ଲୋକ କାଣା ବି କରସନ, ବୁଝମି
ହେଟା ମୁଇଁ ଜାନିଛେଁ।
2
କିଛୁ ନେଇଁ କାହାର ପାସେ
ଗଜାନନ ମିଶ୍ର
କିଏ କାହାରନେ ମିସସି
କେନ୍ତାକରି ଆରୁ ମିସସି
କାଁଥିରଲାଗି ମିସସି
ହେ ସବୁ ନେଇଁ ଜାନି କରି
ଲେଟ୍ରିନର ମଏଲା ବାଗିର
ଶବଦସବୁ ଫିକଲେ
ଭାଏରାଲ ଜର ବଡସି
ଲୁକରନୁ ଲୁକରନିକେ
ଠାନଠାନକେ
ଜାନବାରକେ ପଡବା
ଆରୁ ନେଇଁ ଜାନିକରି
ହାବସିହେଲେ ଚୁଛେ ଭଟେ
କହେବାର କି କରବାର
କିଛୁ ନେଇଁ କାହାରପାସେ!
3
କିଏ କାହାକେ କାଣା କହେବା?
କିଏ କାହାରନୁ କାଣା ସୁନବା?
କିଏ କେତେବେଲେ କାଣା ବୁଝବା?
ତପୋବନ,ଟିଟିଲାଗଡ, ବଲାଙ୍ଗିର
28/02/2020
This poem has not been translated into any other language yet.
I would like to translate this poem
What I told and what you understand - all mystery