ଭୟଙ୍କର
ଅତି ଭୟଙ୍କର
କରୋନା,
ଶବ୍ଦଟିଏ
ଦିନରାତିକୁ ମନ୍ଥି
ଥରାଇ ଦେଉଛି
ସମଗ୍ର ବିଶ୍ୱକୁ ଏତେବେଳେ।
ରହସ୍ୟ ହେଉଛି
ଆହୁରି ଆହୁରି ରହସ୍ୟମୟ।
ଆଉ ଜୀବନ ହଜି ଯାଉଛି
ବାରମ୍ୱାର ବାରମ୍ୱାର।
ମଣିଷ ଭିତରେ
ଅଛି କଣ?
କିଏ ମଣିଷ?
ଲହଲହକା ଟଳି ପଡୁଛି
କୁଢ କୁଢ ମଢ
ଦେଖୁ ଦେଖୁ ଆଖିପିଛୁଳାକେ।
ବଢି ବଢି ଯାଉଛି ସଂଖ୍ୟା
ମୃତକଙ୍କର।
ମୃତ୍ଯୁ ପାଖରେ
ଅର୍ଥ ନାଇଁ କିଛି
ଜାତି ଧର୍ମ ବର୍ଣ୍ଣ ଲିଙ୍ଗ
ବୟସ କି ଅଂଚଳ
ରାଜ୍ୟ ଦେଶ।
କେଡେ ଅସହାୟ
ଅବାସ୍ତବ ରାଜ୍ୟମୁଖ୍ୟ!
ଆଉ ପ୍ରସ୍ତୁତ ନୁହଁ କାନ
ଶୁଣିବାକୁ ପଡିଶାଘରୁ
କରୋନା ଉଚ୍ଚାରଣ।
ଉଜୁଡି ସାରିଛି ସବୁ ସ୍ୱପ୍ନ
ବନ୍ଧୁବାନ୍ଧବ ଜ୍ଞାତିଙ୍କ
ତଥାକଥିତ ସାମାଜିକ
ଚଳଣି ପରଂପରାରେ।
ଖେଳନା ଭାବି ନେଇ
ଥୋଇ ହେଉ ନି
କରୋନାକୁ କୋଉଠି।
ସମର୍ପି ଦେଉ ନି ପବନ
ନିଜକୁ ନିଃସର୍ତ୍ତ ।
ସହଜେ ଦୂରେଇ ରଖି ହେଉ ନି ବି
ଅଭ୍ୟାସକୁ ଏତେବେଳେ।
ପୋଛି ହେଉ ନି
ଫୁଲର ଲୁହ।
ନିର୍ବିକାର ହେଉ ନି ରହି
କୋଉଠି ବି
ଗୋଟିଏ ମୁହୂର୍ତ୍ତ ।
ହେବ ନି ତ ଶେଷ
ଏ ମଣିଷ!
କରୋନା
ସ୍ୱୟଂ ଗୋଟିଏ ପ୍ରଶ୍ନ।
ମଣିଷ, ସବୁ ପ୍ରଶ୍ନ ଭିତରେ
କୋଉଠି ଧରି ରଖିଛି ନିଜ ଜୀବନ
ନାଇଁ ଜଣା।
ଅହଙ୍କାରୀ ମଣିଷର ମୃତଦେହରୁ
ଆସୁଛି ଏଇ କଳା ଶବ୍ଦ।
ରୁହ ସତର୍କ
କର ଅସ୍ପୃଶ୍ଯ
ଖୋଲି ହୃଦୟର ଦ୍ୱାର
ଥାଅ ପ୍ରକୃତିର କୋଳରେ
ଯେମିତି ଅବୋଧ ବାଳକ।
A wonderful piece of work dear elder brother! Liked it....10++
This poem has not been translated into any other language yet.
I would like to translate this poem
COVID 19 - Stay at home stay safe dear men