କେ ଅବା ଅଛି କେବା ନାହିଁ,
ଏହାର ନିଦାନ ନ ଥାଇ- ଅତିବଡି ଜଗନ୍ନାଥ ଦାସ।
ନିଦାନ ଖୋଜି ଖୋଜି ଏତେ ଦୂରୁ ଆସିଛି ମୁହିଁ
ଆଉ ପାଇଛି ପରିଚିତି ଭାଷାରେ।
ଜାଣେ ଭାଷା ହେଲେ ବି ଅଲଗା ଏକ ସଭିଏଁ
ପ୍ରେମରେ ସତ୍ୟରେ ମାଟିରେ ଏକା ଆକାଶତଳେ।
କିଏ କାହାକୁ ଯାଉଛି ଛାଡି, ନାହିଁ ଦୁଃଖ।
ଅଛି ଖାଲି ଆନନ୍ଦ, ଅଛି ସୁଖଭୋଗ।
ଥାଇ ନ ଥାଇ, ନ ଥାଇ ଥାଇ ଏଠି
ସବୁ ଆବୋରି ସଚରାଚର ବ୍ୟାପି,
ଅମୃତ ଧରି, ଆଲୁଅ ବିଛାଇ କରି
ଜୀବନ ଧନ୍ୟ, ଯାଉଛି ହଟି
ଆପଣାଆପେ ସମୟ ଦାରୁଣ।
This poem has not been translated into any other language yet.
I would like to translate this poem
beautiful depiction of life and elements unifying lives!