ଜୀବନ ଶସ୍ତା, ଜୀବିକା ମହଙ୍ଗା
ଆମେ ଦିନ ମଜୁରିଆ, ଶ୍ରମିକ ଆଉ ନିତି ଖଟିଖିଆ
ଆମ ଜୀବନ ଏଠି ଶସ୍ତା କିନ୍ତୁ ଜୀବିକା ମହଙ୍ଗା
ଘର ବାଡି ଛାଡି ଆସୁ ପେଟ ପୋଷିବାକୁ ସହର
ଝୁଗୀ ଝୋପଡି ଅବା ରାସ୍ତା କଡେ ବିତେ ଜୀବନ ଆମର
ଖରା, ବର୍ଷା, ଶୀତ ସହି ଢାଳି ଦେଉ ଆମେ ଶ୍ରମ
ତଥାପି କାହିଁକି ଆମେ ନିଷ୍ପେସିତ, ନିର୍ଯାତିତ ଏ ଭବ୍ୟ ସମାଜେ
ଥରେ ଚିନ୍ତା କରି ଦେଖ ହେ ବୁଦ୍ଧିଜୀବି ଆମ
ସବୁଠି ଆମର ଲୋଡା, କିନ୍ତୁ ଆମେ ଅପେକ୍ଷିତ
ଦୁଃଖ, ଦରିଦ୍ରରେ କଟେ ଆମ ଦିନ ଜୀବନ ଆମର ତୁଚ୍ଛ
ଗାଳି, ଗୁଲଜ ଶୁଣି ଶୁଣି ଆମେ ହେଉ କେତେ ହନ୍ତସନ୍ତ
ସତରେ କଣ ଆମେ ଏତେ ଶସ୍ତା, ନାହିଁ ଆମ କିଛି ମୂଲ୍ୟ
ସଭେ ଜାଣି ଶୁଣି ଆଖି ବୁଝିଛନ୍ତି କାହାକୁ କହିବୁ ଦୁଃଖ
ଆମ ତଣ୍ଟି ଚିପି ବଡ ଲୋକ ଏଠି ଉପରେ ମାରନ୍ତି ଥାଟ
ଜୀବନ ଆମରି ଏଠି ଭାରି ଶସ୍ତା, ବଞ୍ଚିବା ଏଠି କଷ୍ଟ
ଯା ପାଇଁ ନାହିଁ ଏଠି ପେଟକୁ ଦି ମୁଠା, ମୁଣ୍ଡ ଗୁଞ୍ଜିବା କୁ ଛାତ
ମୃତ୍ୟୁ ପୁଣି ଆସେ କେବେ ରାସ୍ତା କଡେ ରାତ୍ରିର ନିସ୍ତବ ମତେ
ଆଉ କେବେ ପୁଣି ଚଢିଯାଏ ରେଳଗାଡି ଆମ ଛାତିବାଟେ
ସଂଘର୍ଷ ଆମର ଚାଲେ ଅହରହ ଜନ୍ମ ଠୁ ମରିବା ପର୍ଯ୍ୟନ୍ତେ
କାହିଁକି ବଞ୍ଚିଛୁ ଆମେ ଏ ଧରା ପୃଷ୍ଥେ ସବୁ ବେଳେ ପ୍ରଶ୍ନ ଆସେ
ଯଦି ନାହିଁ ଏଠି ଆମ ପାଇଁ ଅନ୍ନ, ଢାଙ୍କି ବାକୁଦି ହଳ ଲୁଗା ଏ ଅଙ୍ଗେ
କଣ ସବୁ ସୁଖ ଓ ସୁବିଧା ବଡ ଲୋକଙ୍କ ଭାଗେ
ଥରେ ଚିନ୍ତାକର ହେ ବୁଦ୍ଧିଜୀବି ଗଣ
ଏତେ ସ୍ଵାର୍ଥପର କାହିଁ
ମଣିଷକୁ କେବେ ମଣିଷ ଭାବିବ ତୁମ ହୃଦ ମଧେ
ସେ ବାଟକୁରହିଛୁ ଚାହିଁ
© Dr. Sada Bihari Sahu, Mumbai/02/07/2020
This poem has not been translated into any other language yet.
I would like to translate this poem